L

 



 1) ଆରିଷ୍ଟଟଲ୍‌ଙ୍କର ସର୍ବାସ୍ଥିନାପ୍ତି ସୂତ୍ରଟିକୁ ବ୍ୟାଖ୍ୟ ଉ- ତ୍ରିପଦୀଯୁକ୍ତିର ସିଦ୍ଧତା ଜାଣିବାପା ପାଇଁ ଦଶଗୋଟି


ସାଧାରଣ ନିୟମ ରହିଛି । ଏତଦ୍‌ବ୍ୟତୀତ ଆରିଷ୍ଟଟଲ୍‌ । ତ୍ରିପଦୀଯୁକ୍ତିର ସିଦ୍ଧତା ପରୀକ୍ଷା କରିବାପାଇଁ ଆଉ ଏକ ନିୟମ ଉଲ୍ଲେଖ କରିଥିଲେ ଯାହାକୁ ‘ସର୍ବାଧିନାସ୍ତି ସୂତ୍ର’ କୁହାଯ ହାଯାଏ । ସୂତ୍ରଟିର । ଅର୍ଥ ହେଲା- “ ଯଦି କୌଣସି ବିଧେୟ କୌଣସି ଉଦ୍ଦେଶ୍ୟରେ ସ ବ୍ୟାର୍ଥଠାରେ ସମଗ୍ର ବାଚ୍ଯା ହୋଇଥାଏ, ତେବେ ସେହି ଉଦ୍ଦେଶ୍ୟ ଅନ୍ତର୍ଗତ ପ୍ରତ୍ୟେକ ବସ୍ତୁଠାରେ ସେହି ବିଧେୟକୁ ଅନୁରୂପ ଅସ୍ୱୀକାର କରାଯାଇପାରେ ବା ସ୍ୱୀକୃତ ବା ଅସ୍ୱୀକୃତ ରୂପଭାବେ ସ୍ଵୀକାର



ଉଦାହରଣ ๑๑- (९) ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି । ସମସ୍ତ କୃଷକ ମନୁଷ୍ୟ ଅଟନ୍ତି ।


ମସ୍ତ କୃଷକ ମରଣଶୀଳ ଅଟନ୍ତି ।


ଉଦାହରଣ- (୨) କୌଣସି ମନୁଷ୍ୟ ଅମର ନୁହଁନ୍ତି । ସମସ୍ତ କୃଷକ ମନୁଷ୍ୟ ଅଟନ୍ତି ।


କୌଣସି କୃଷକ ଅମର ନୁହଁନ୍ତି ।



2). ସାକ୍ଷାତ୍ ରୂପାନ୍ତରୀକରଣ


ଉ- ଆବଶ୍ୟକ ସ୍ଥଳେ ସମ ସମବର୍ତ୍ତନ, ବ୍ୟାବର୍ତ୍ତନ ଇତ୍ୟାଦି ସାହାଯ୍ୟରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସଂସ୍ଥାନର ନ୍ୟାୟରୂପଗୁଡ଼ିକର ହେତୁବାକ୍ୟମାନଙ୍କରେ ନିହିତ ପଦଗୁଡ଼ିକର ସ୍ଥାନ ପରିବର୍ତ୍ତନ ଅଥବା ହେତୁବାକ୍ୟମାନଙ୍କର ପରିବର୍ତ୍ତନ ( ସାଧ୍ଯାବୟବରୁ ପକ୍ଷାବୟବକୁ ଅଥବା ପକ୍ଷାବୟବରୁ ସାଧ୍ଯାବୟବକୁ ) କରି ସେଗୁଡ଼ିକୁ ବାର୍ବାରା, ସେଲାରେଣ୍ଟ୍, ଡାରିଇ କିମ୍ବା ଫେରିଓରେ ପରିଣତ କରିବା ପ୍ରକ୍ରିୟାକୁ ସାକ୍ଷାତ୍ ବା ଅପରୋକ୍ଷ ରୂପାନ୍ତରୀକରଣ କୁହାଯାଏ ।



3) ପରୋକ୍ଷ ରୂପାନ୍ତରୀକରଣ


ଉ- ଗୋଟିଏ ସଦୋଷ ନ୍ୟାୟରୂପର ସିଦ୍ଧାନ୍ତର ବିରୁଦ୍ଧ ତର୍କ ବାକ୍ୟ ଏବଂ ସେହି ନ୍ୟାୟରୂପର ଗୋଟିଏ ହେତୁବାକ୍ୟ ସାହାଯ୍ୟରେ ନିର୍ଦ୍ଦେଷ ସଂସ୍ଥାନର ଗୋଟିଏ ପ୍ରମାଣିକ ନ୍ୟାୟରୂପ ଗଠନକୁ ପରୋକ୍ଷ ରୂପାନ୍ତରୀକରଣ କୁହାଯାଏ ।


4). ଲୋକ-ଉତ୍ତେଜକ ତର୍କଦୋଷ– 


ଏହାକୁ ଜନତାଙ୍କୁ ଖଣ୍ଡନ ମତେଇବା ଯୁକ୍ତି ମଧ୍ୟ କୁହାଯାଏ । କୌଣସି ମତକୁ ସମର୍ଥନ ବା କରିବାକୁ କୌଣସି ଯଥାର୍ଥ ଯୁକ୍ତି ନ ବାଢ଼ି ଯଦି ଲୋକଙ୍କୁ ଉତ୍ତେଜକ ଭାଷାର ପ୍ରୟୋଗଦ୍ୱାରା ପ୍ରଭାବିତ କରି ନିଜର ମତ ପ୍ରତିଷ୍ଠା କରିବାର ପ୍ରୟାସ କରାଯାଏ, ତେବେ ତାହାକୁ ଲୋକ-ଉତ୍ତେଜକ ତର୍କ ଦୋଷ କହନ୍ତି ।


ଉଦାହରଣସ୍ୱରୂପ, ଯଦି ଆମେ ଡାରଉଇନ୍‌ଙ୍କର ଜୈବ ବିବର୍ତ୍ତନବାଦକୁ ସ୍ଵୀକାର କରୁ, ତେବେ ଆମକୁ ଗ୍ରହଣ କରିବାକୁ ଯେ ଆମର ପୂର୍ବପୁରୁଷମାନେ ଜଣେ ଜଣେ ପାତିମାଙ୍କଡ଼ ଥିଲେ ।



5). ଅତଃ ପରଂ ତସ୍ମାଦତଃ ବା କାକତାଳୀୟ ତର୍କଦୋଷ :


ଉ- କାରଣ ହେଉଛି କାର୍ଯ୍ୟର ନିରପେକ୍ଷ, ଅବ୍ୟଭିଚାରୀ, ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା । ଏହାକୁ ଦୃଷ୍ଟି ନ ଦେଇ ଯେକୌଣସି ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣାକୁ କାରଣ ବୋଲି ଗ୍ରହଣ କଲେ ଏହି ତର୍କଦୋଷ ଜାତ ହୋଇଥାଏ ।


ฉथा- ନବବଧୂର ଗୃହ ଗୃହପ୍ରବେଶ ବୃଦ୍ଧାଙ୍କର ମୃତ୍ୟୁର କାରଣ । ଧୂମକେତୁର ଆବିର୍ଭାବ ମହାତ୍ମାଙ୍କର ମୃତ୍ୟୁର କାରଣ ।


ଏହାକୁ କାକତାଳୀୟ ନ୍ୟାୟ ମଧ୍ୟ କୁହାଯାଏ । ଯେପରି କାଉଟି ଉଡ଼ିଗଲା ପରେ ତାଳଗଛରୁ ତାଳଟି ପଡ଼ିବାରୁ କାଉ ଉଡ଼ିଯିବାକୁ ତାଳ ପଡ଼ିବାର କାରଣ ବୋଲି ଧରାଯାଏ ।



6) ଜଟିଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :


ଉ– ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗ ଦ୍ୱୟକୁ ପକ୍ଷାବୟବରେ ବୈକଳ୍ପିକ ବିକ ଭାବେ ସ୍ୱୀକାର କଲେ ତାହାର ଅନୁଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ସ୍ୱୀକାର କରାଯାଏ, ତାହାକୁ ଜଟିଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି କୁହାଯାଏ ।


ଉଦାହରଣ-


ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।


ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।


ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।



7).ଜଟିଳ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :


ଉ– ଯେଉଁ ଦ୍ବିଶୃଙ୍ଗକ 'କ ଯୁକ୍ତିର ସାଧ୍ଯାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ଅସ୍ୱୀକାର କଲେ ତାହାର ପୂର୍ବଗ ଦ୍ୱୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ଅସ୍ୱୀକାର କରାଯାଏ, ତାହାକୁ ଜଟିଳ ନିଷେଧାତ୍ମକ ଦ୍ବିଶୃଙ୍ଗକ *କ ଯୁକ୍ତି କୁହାଯାଏ ।


ଉଦାହରଣ -


ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।


ହୁଏତ ଗ ଘ ହୁଏ ନାହିଁ କିମ୍ବା ବ ଭ ହୁ ବ ଭ ହୁଏ ନାହିଁ ।


.:. ହୁଏତ କ ଖ ହୁଏ ନାହିଁ କିମ୍ବା ପ ପ ଫ ହୁଏ ନାହିଁ ।


8).ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧ :


ଉ- କୌଣସି ଏକ ଜଟିଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତିକୁ ଅପ୍ରାମାଣିକ ବୋଲି ପ୍ରତିପାଦନ କରିବାର ତୃତୀୟ ପନ୍ଥା ହେଉଛି, ଦତ୍ତ ଯୁକ୍ତିକୁ ଏକ ପ୍ରତିରୋଧୀ ଯୁକ୍ତି ସାହାଯ୍ୟରେ ଖଣ୍ଡନ କରି ଏହାର ମୂଳ ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତଟି ଅଯଥାର୍ଥ ବୋଲି ପ୍ରମାଣିତ କରିବା କାରଣ ପ୍ରତିରୋଧୀ ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ଦତ୍ତ ସିଦ୍ଧାନ୍ତର ବିପରୀତ ହୁଏ । ଏହାକୁ ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧୀ କୁହାଯାଏ ।





Comments